ନକଲି ସାର କାରବାର, ତିନି ଜଣ ଗିରଫ | News Room Odisha

ନକଲି ସାର କାରବାର, ତିନି ଜଣ ଗିରଫ

ବରଗଡ଼:- ବରଗଡ଼ ସହରରେ ନକଲି ସାର ତିଆରି ହେଉଥିବା ଅନେକ ଦିନରୁ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବରପାଲି ପୋଲିସ ତିନିଜଣକୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ବରଗଡ଼ ବୁଦେଲପାଲି ଗ୍ରାମର ଖୀରସାଗର ବରିହା, ବରପାଲି ତୁଳଣ୍ଡି ଗ୍ରାମର ଗୁପ୍ତେଶ୍ଵର ବାରିକ ଓ ସମେନ୍ଦ୍ର ବାରିକ । ତିନି ଜଣ ନକଲି ଡ଼ିଏପି ସାର ଓ ପଟାସ ସାର ତିଆରି କରୁଥିଲେ । ଆଜି ପୋଲିସ ତିନି ଜଣଙ୍କୁ ୧୦୦ ବସ୍ତା ପଟାସ ସାର ଓ ୫୦ ବସ୍ତା ଡିଏପି ସାର ସହିତ ଗିରଫ କରି କୋର୍ଟ ଚାଲାଣ କରିଛି ।