କୂଅରେ ଆତ୍ମହତ୍ୟା ଉଦ୍ୟମ: ସାନ ଝିଅ ଓ ପୁଅ ମୃତ, ମାଆ ଓ ବଡ଼ ଝିଅ ଉଦ୍ଧାର | News Room Odisha

କୂଅରେ ଆତ୍ମହତ୍ୟା ଉଦ୍ୟମ: ସାନ ଝିଅ ଓ ପୁଅ ମୃତ, ମାଆ ଓ ବଡ଼ ଝିଅ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ପାରିବାରିକ କଳହରୁ ଅଘଟଣ। ମାଆ ରଶ୍ମିତା ଗୌଡ଼ ନିଜର ବଡ଼ ଝିଅ ଗୁଞ୍ଜନ, ସାନ ଝିଅ ଆଲିସା ଓ ପୁଅ ଆଶିଷକୁ କୂଅରେ ଫିଙ୍ଗି ଦେବା ସହ ନିଜେ ମଧ୍ୟ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭାଗ୍ୟବଶତଃ ବଡ଼ ଝିଅ ଓ ମାଆଙ୍କୁ ଗ୍ରାମବାସୀ ଦମକଳବାହିନୀ ସହାୟତାରେ ଅଚେତ ଉଦ୍ଧାର କରିଥିଲେ। ତେବେ ସାନ ଝିଅ ଓ ପୁଅର କୂଅ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ଏହି ଘଟଣା ଘଟିଥିବା ବେଳେ ଆଜି ଭୋରରୁ ଗାଁ ଲୋକେ ଏହା ଜାଣି ଦମକଳବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚି କୂଅରୁ ଦୁଇ ମୃତକଙ୍କ ସମେତ ମାଆ ଓ ବଡ଼ ଝିଅକୁ ଉଦ୍ଧାର କରିଥିଲେ। ସେମାନଙ୍କ ପିତା ବଳରାମ ଗୌଡ଼ ସୁରଟରେ କାମ କରୁଥିବା ଜଣାପଡିଛି।