ମିଶନ ଶକ୍ତି ପକ୍ଷରୁ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ | News Room Odisha

ମିଶନ ଶକ୍ତି ପକ୍ଷରୁ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ

ବରଗଡ଼: ରାଜ୍ୟର ମହିଳା ମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିମନ୍ତେ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ବବାଧାନରେ ରାଜ୍ୟର ମିଶନ ଶକ୍ତି ବିଭାଗ, ଦେଶବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହିଳା ମାନଙ୍କର ଆର୍ଥିକ ବିକାଶର ସୂତ୍ରଧର ସାଜିଛି ବୋଲି ଆଜି ଝାରବନ୍ଧ ବ୍ଲକ ମିଶନ ଶକ୍ତି ଅଫିସ ଦ୍ବାରା ଅୟୋଜିତ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମତବ୍ୟକ୍ତ କରିଥିଲେ।

ଏହି ଅଞ୍ଚଳର ଅନେକ ସ୍ବୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ ଓ ସ୍ବୟଂସହାୟକ ଗୋଷ୍ଠୀରେ ସାମିଲ ହେବା ପରେ ସେମାନଙ୍କୁ ମିଳିଥିବା ମିଶନ ଶକ୍ତିର ମାର୍ଗଦର୍ଶନ ଓ ସହାୟତା ଦ୍ବାରା ତାଙ୍କର ଜୀବନଯାପନରେ ଆସିଥିବା ପରିବର୍ତ୍ତନ ସଂପର୍କରେ ସୂଚିତ କରିଥିଲେ। ଏଥିରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ ।