୧୧ ଶିକାରୀ ଗିରଫ, ବାଘ ଛାଲ ଓ ଦେହାବଶେଷ ଜବତ | News Room Odisha

୧୧ ଶିକାରୀ ଗିରଫ, ବାଘ ଛାଲ ଓ ଦେହାବଶେଷ ଜବତ

ଫୁଲବାଣୀ: କନ୍ଧମାଳ ବନବିଭାଗ ୧୧ ଜଣ ବାଘ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ କଲରାପତରିଆ ବାଘ ଛାଲ, ମାଂସ, ପାଦ, ନଖ ଆଦି ଜବତ କରିଛି। ରାଇକିଆ ରେଞ୍ଜ୍ କରଡ଼ାବାରବା ସେକ୍ସନ୍ ବାଦଗଡ ଜଙ୍ଗଲରେ ମଙ୍ଗଳବାର ମଧ୍ୟରାତ୍ରରେ ଚଢ଼ାଉ କରି ଏହି ସଫଳତା ପାଇଛନ୍ତି ବନ ବନବିଭାଗ ଷ୍ଟାଫ୍। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲଙ୍କ ସୂଚନା ମୁତାବକ କାଲି ରାତିରେ ବାଦଗଡ ଜଙ୍ଗଲରେ ୧୧ ଜଣ ଶିକାରୀ ବାଘ ମାଂସ ଏବଂ ଛାଲ ଭାଗ ବାଣ୍ଟୁଥିଲେ। ବାଘକୁ ଗତ ଶନିବାର ରାତିରେ ମାରିଥିବା ବେଳେ ତାହାକୁ ଲୁଚାଇ ରଖିଥିଲେ ଓ କାଲି ଭାଗବଣ୍ଟା କରାଯାଉଥିଲା। ଏହି ସମୟରେ ବନବିଭାଗ ଦ୍ୱାରା ଧରି ପଡ଼ିଥିଲେ। ଫୁଲବାଣୀ ଡିଏଫ୍ଓ ବୁଧବାର ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ବାଦଗଡ, ପୁରୁଣାକଂସାରୁ ଗ୍ରାମ ଓ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପେରୁଜୁ ଗ୍ରାମର ଅଟନ୍ତି।