ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ପାଇଁ ସମନ୍ଵୟ ବୈଠକ ଅନୁଷ୍ଠିତ | News Room Odisha

ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ପାଇଁ ସମନ୍ଵୟ ବୈଠକ ଅନୁଷ୍ଠିତ

ସମ୍ବଲପୁର: ଆସନ୍ତା ଅଗଷ୍ଟ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସାମୂହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କିଭଳି ଅଧିକ ଅଧିକ ଲୋକ ଏଥିରେ ସାମିଲ ହୋଇ ଫାଇଲେରିଆ ଔଷଧ ସେବନ କରିବେ ସେଥିପାଇଁ ଆଜି ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଔଷଧ ସେବନ କାର୍ଯ୍ୟକ୍ରମ କୁ କିଭଳି ସମ୍ବଲପୁର ମହାନଗର ନିଗମ ଅଂଚଳରେ ସଫଳ କରାଯାଇ ପାରିବ ସେଥିପାଇଁ ଆଜି ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମନ୍ଵୟ ବୈଠକ ରେ ଶ୍ରୀ ସାହୁ କହିଲେ ଯେ, ଆମକୁ ଲୋକ ମାନଙ୍କ ପାଖକୁ ପହଂଚିବା ପଡିବ , ଫାଇଲେରିଆ ର ଭୟାବହତା ବିଷୟରେ ବୁଝେଇବା ସହିତ ଔଷଧ ସେବନ ସମ୍ପର୍କରେ ବିଶ୍ୱାସ ସୃଷ୍ଟି କରିବା। ସେଥିପାଇଁ ସମସ୍ତେ ମିଳିମିଶି କାମ କରବାକୁ ପଡିବ। ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ହେଲେ ବ୍ୟକ୍ତିଗତ ସ୍ତରରେ ପ୍ରଚେଷ୍ଟା କରିବା ସହ ସମସ୍ତଙ୍କୁ ଏଥିରେ ସାମିଲ କରିବା। ଫାଇଲେରିଆ ବିଷୟରେ ସମସ୍ତଙ୍କୁ ସଚେତନ କରିବା। ଯେହେତୁ ବର୍ତ୍ତମାନ ଫାଇଲେରିଆ ପାଇଁ ସମ୍ବଲପୁର ଜିଲ୍ଲା ରେଡ ଜୋନ ରେ ରହିଛି ସେଥିପାଇଁ ସମସ୍ତଙ୍କୁ ଔଷଧ ନେବା ଅନିବାର୍ଯ୍ୟ ଅଟେ। ସ୍କୁଲ, କଲେଜ, କାର୍ଯ୍ୟାଳୟ, ଶିଳ୍ପ ଅନୁଷ୍ଠାନ, ଆପାର୍ଟମେଣ୍ଟ ବାସିନ୍ଦା, ବସ୍ତି ବାସିନ୍ଦା, ବିଭିନ୍ନ ପଡା ଠୁ ଆରମ୍ଭ କରି ସମସ୍ତ ଏହି ଔଷଧ ସେବନ ପାଇଁ ସଚେତନ କରିବାକୁ ପଡିବ ବୋଲି ଶ୍ରୀ ସାହୁ କହିଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସାମୂହିକ ଔଷଧ ସେବନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କମିଶନର ଶଙ୍କର ପ୍ରସାଦ ସାହୁ ସମେତ ଏସଏମସି ଅଂଚଳର ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର, ବିଭିନ୍ନ ଶିଳ୍ପ ଅନୁଷ୍ଠାନ ର ଜେନେରାଲ ମ୍ୟାନେଜର, ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରତିନିଧି, ବିଭିନ୍ନ ଏନଜିଓ ପ୍ରମୁଖ ଉପସ୍ଥିତ ରହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ପ୍ରାଥମିକତା ଦେଇଛନ୍ତି।