ଆଜି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା | News Room Odisha

ଆଜି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର – ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଆଜି ପ୍ରକାଶ ପାଇବ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠାରୁ ଜୁଲାଇ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଗତ ମେ’ ମାସ ୨୯ ତାରିଖ ଠାରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ ।

୨ ହଜାର ୧୫୮ଟି କଲେଜରେ ୫ ଲକ୍ଷ ୯ହଜାର ୬୧୪ ସିଟରେ ନାମଲେଖା ହେବ। ସାମସ୍‌ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ ରାଜ୍ୟରେ ୫ ଲକ୍ଷ ୭ ହଜାର ୪୨୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ମୋଟ ୪ଲକ୍ଷ ୬୭ହଜାର ୨୭୨ ଜଣ ଆବେଦନ କରିଛନ୍ତି । ପ୍ରତିବର୍ଷ ୩ ପ୍ରତିଶତରୁ ଅଧିକ କଟ ଅଫ୍ ମାର୍କ ବୃଦ୍ଧି ହେଉଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ମାଟ୍ରିକ ପାସହାର ହୋଇଛି ।