ହାତ ଧରିଲେ ଆଦିପୁରୁଷର 'ହନୁମାନ' | News Room Odisha

ହାତ ଧରିଲେ ଆଦିପୁରୁଷର ‘ହନୁମାନ’

ଭୋପାଳ – ଆଦିପୁରୁଷ ଚଳଚ୍ଚିତ୍ରରେ ହନୁମାନ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିକ୍ରମ ମସ୍ତଲଙ୍କ ରାଜନୀତିରେ ପାଦ ଦେଇଛନ୍ତି। କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ବିକ୍ରମ। ଛିନ୍ଦୱରାରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥ ଓ ସାଂସଦ କମଲନାଥଙ୍କ ଉପସ୍ଥିତିରେ ବିକ୍ରମ କଂଗ୍ରେସରେ ସାମିଲ ହୋଇଥିଲେ। ଆଦିପୁରୁଷ ଫିଲ୍ମରେ ହନୁମାନ ଚରିତ୍ରଙ୍କ ଥିବା ସଂଳାପକୁ ନେଇ ଆପତ୍ତି ପ୍ରକାଶ ପାଇଥିଲା। ବିବାଦ ପରେ ସଂଳାପରେ ପରିବର୍ତ୍ତନ କରାଯାଇଥିଲା। କଂଗ୍ରେସରେ ସାମିଲ ହେବା ପରେ ବିକ୍ରମ ଆଦିପୁରୁଷ ଫିଲ୍ମର କିଛି ସଂଳାପ ଆପତ୍ତିଜନକ ଥିଲା ବୋଲି ସ୍ୱୀକାର କରିଛନ୍ତି।