ଓରମାସ ଓ ମିଶନ ଶକ୍ତି ପୃଷ୍ଠପୋଷକତାରେ ଗ୍ରାମୀଣ ବଜାର 'ଶର୍ବାଣୀ' ଉଦଘାଟିତ | News Room Odisha

ଓରମାସ ଓ ମିଶନ ଶକ୍ତି ପୃଷ୍ଠପୋଷକତାରେ ଗ୍ରାମୀଣ ବଜାର ‘ଶର୍ବାଣୀ’ ଉଦଘାଟିତ

ବରଗଡ଼: ବରଗଡ଼ ସହର ମଧ୍ୟ ଭାଗ ସ୍ଥିତ କାଳୀ ମନ୍ଦିର ଛକ ମୀରା ହୋଟେଲ ସନ୍ନିକଟରେ ଆଜି ଜିଲ୍ଲାର ମହିଳା ଆର୍ଥିକ ସଶକ୍ତିକରଣ ପାଇଁ ଗ୍ରାମୀଣ ବଜାର ଶର୍ବାଣୀ ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ, ଓରମାସ , ମିଶନ ଶକ୍ତିର ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିବା ଏହି ବଜାର ସକାଳ ୭ ଟାରୁ ସଂଧ୍ୟା ୭ଟି ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ଜିଲ୍ଲାର ସମସ୍ତ ବ୍ଲକର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ନିଜ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରିର ସୁବିଧା ରହିଛି।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନିନୀ ଭୋଇ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ କୁମାର ଗୋୟଲ , ଓରମାସ ସହକାରୀ ସିଇଓ ରାଜ ଗୋପଳ ଦାଶ, ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ମିଶନ ଶକ୍ତି ସିଇଓ ଅନୀଲ ଲାହାଙ୍ଗା, ଶଙ୍କର ଚାଲାଣ ପ୍ରମୁଖ ଉପସ୍ଥିତ ଥିଲେ।