ମୋଦି ସାଙ୍ଗିଆ ମାମଲା: ଗୁଜରାଟ ହାଇକୋର୍ଟରୁ ବି ରାହୁଲ ନିରାଶ | News Room Odisha

ମୋଦି ସାଙ୍ଗିଆ ମାମଲା: ଗୁଜରାଟ ହାଇକୋର୍ଟରୁ ବି ରାହୁଲ ନିରାଶ

ଗାନ୍ଧିନଗର – ମୋଦି ସାଙ୍ଗିଆ ମାମଲାରେ ତଳ କୋର୍ଟଙ୍କ ଆଦେଶ ବିରୋଧରେ ଗୁଜରାଟ ହାଇକୋର୍ଟରେ ଅପିଲ କରିଥିବା ରାହୁଲ ଗାନ୍ଧିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଛି। ରାହୁଲଙ୍କ ଲୋକସଭା ସଦସ୍ୟ ପଦ ଫେରି ପାଇବା ଆଶା ମଉଳି ଯାଇଛି। ତେବେ ସେ ସୁପ୍ରିମକୋର୍ଟରେ ଆବେଦନ କରିବେ । ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ମଧ୍ୟ ରାହୁଲ ଏବେ ଜେଲ୍ ଯିବେ ନାହିଁ। କାରଣ ତଳ କୋର୍ଟରୁ ତାଙ୍କୁ ପୂର୍ବରୁ ଜାମିନ ମିଳି ସାରିଛି।