୬ଟି ଜିଲ୍ଲାରେ ବିଜେଡିର ନୂଆ ସଭାପତି, କାର୍ଯ୍ୟକାରୀ ସଭାପତି ନିଯୁକ୍ତ | News Room Odisha

୬ଟି ଜିଲ୍ଲାରେ ବିଜେଡିର ନୂଆ ସଭାପତି, କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ଭୁବନେଶ୍ୱର – ୬ଟି ଜିଲ୍ଲାରେ ନୂଆ ବିଜେଡି ସଭାପତିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି ନୃସିଂହ ଚରଣ ସାହୁ । ଦେବୀ ପ୍ରସାଦ ଭୁତିଆଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଅଶ୍ବିନୀ କୁମାର ପାତ୍ରଙ୍କୁ ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି।

ଝିହ୍ନ ହିକକା କୋରାପୁଟ ଜିଲ୍ଲା ବିଜେଡି ସଭାପତି ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ପ୍ରଶାନ୍ତ ଗୁପ୍ତା । ସେହିପରି ବରଗଡ଼ ପାଇଁ ପ୍ରଭାସ କୁମାର ସିଂ ଜିଲ୍ଲା ସଭାପତି ଓ ସୁଶାନ୍ତ ମହାପାତ୍ର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ରାଉରକେଲା ସାଂଗଠନିକ ଜିଲ୍ଲା ସଭାପତି ହୋଇଛନ୍ତି ହାଲୁ ମୁଣ୍ଡାରୀ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ହୋଇଛି ରବି ସିଂ । ନୂଆ ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।