୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୧୦ଟି ଜିଲ୍ଲାରେ ସ୍ୱାଭାବିକ | News Room Odisha

୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୧୦ଟି ଜିଲ୍ଲାରେ ସ୍ୱାଭାବିକ

ଭୁବନେଶ୍ୱର – ଏ ଯାଏଁ ରାଜ୍ୟର ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ଯେ, ୧୭ଟି ଜିଲ୍ଲାରେ ନିଅଣ୍ଟିଆ ଓ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଜୁନ୍ ପହିଲାରୁ ଆଜି ସୁଦ୍ଧା ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୬୪ ପ୍ରତିଶତ ସହ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି । ଅନୁଗୁଳ, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, ଭଦ୍ରକ, ସୁନ୍ଦରଗଡ଼, କୋରାପୁଟ, ନୂଆପଡ଼ା, ସମ୍ବଲପୁରରେ ସ୍ୱାଭାବିକ ବର୍ଷା ହୋଇଛି। ଜୁନ ପହିଲାରୁ ରାଜ୍ୟରେ ୨୦୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା କି ସ୍ବାଭାବିକ ଠାରୁ ୨୫ ପ୍ରତିଶତ କମ୍ । ସ୍ୱାଭାବିକ ଠାରୁ ଦେବଗଡ଼ରେ ୫୩ ପ୍ରତିଶତ ଓ ଝାରସୁଗୁଡ଼ାରେ ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି।