ଭାରସାମ୍ଯ ହରାଇ ରେଳ ଧାରଣାକୁ ଚଢିଗଲା ବସ୍, ହେଲପର ଗୁରୁତର | News Room Odisha

ଭାରସାମ୍ଯ ହରାଇ ରେଳ ଧାରଣାକୁ ଚଢିଗଲା ବସ୍, ହେଲପର ଗୁରୁତର

ସମ୍ବଲପୁର: ଆଜି ଭୋରରୁ ସମ୍ବଲପୁର- ବୁର୍ଲା ମଝି ଜାତୀୟ ରାଜପଥ ଲକ୍ଷ୍ମୀ ଡୁଙ୍ଗୁରୀ ଠାରେ ନାଇଟ୍ କୋଚ ବସ୍ ଦୁର୍ଘଟଣାଗ୍ରସ୍ତ। ଭୁବନେଶ୍ବରରୁ ବରଗଡ ଯାଉଥିବା ନଡିଆରାଣୀ ନାମକ ନାଇଟ କୋଚ୍ ବସ୍ ଟି ପ୍ରାୟ ସାଢେ ୫ଟା ବେଳେ ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଭାରସାମ୍ଯ ହରାଇ ନିକଟରେ ଯାଇଥିବା ରେଳ ଧାରଣା ଉପରକୁ ମାଡି ଯାଇଥିଲା। ଫଳରେ ଏଥିରେ ହେଲପର ଙ୍କ ଗୋଡ ଛିଣ୍ଡିଯାଇଥିବା ବେଳେ ଅନ୍ଯ କିଛି ଯାତ୍ରୀ ସାମାନ୍ଯ ଆହତ ହୋଇଛନ୍ତି। ତେବେ, ବିପରୀତ ପଟରୁ ସେହି ରେଳ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ସୂଚନା ପାଇଁ ଅଟକାଇ ଦେବାରୁ ବଡଧରଣର ଅଘଟଣ ଟଳିଯାଇଛି। ବସ୍ କୁ ସେଠାରୁ ସ୍ଥାନାନ୍ତର ସହ ଟ୍ରାକ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଏହି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।