ଖୋର୍ଦ୍ଧା ବାଘମରିରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ, ଡିଲର ଗିରଫ | News Room Odisha

ଖୋର୍ଦ୍ଧା ବାଘମରିରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ, ଡିଲର ଗିରଫ

ଭୁବନେଶ୍ୱର – ଖୋର୍ଦ୍ଧା ବାଘମରି ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଜଣେ ବ୍ରାଉନସୁଗାର ଡିଲରକୁ ଗିରଫ କରାଯାଇଛି। ତାଙ୍କଠାରୁ ୧୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

ଗିରଫ ବ୍ରାଉନସୁଗର ଡିଲରଙ୍କ ନାଁ ସୁରେଶ ମହାପାତ୍ର। ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ। ସେ ଖୋର୍ଦ୍ଧାର ବାଘମରି ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ନେଇ ଡିଲ୍ କରିବାକୁ ଆସିଥିବା ବେଳେ ଏସ୍‌ଟିଏଫ ହାତରେ ଧରାପଡ଼ିଥିଲେ।

ଗିରଫ ଡିଲରଙ୍କ ମୁର୍ଶିଦାବାଦ ଲିଙ୍କ୍ ରହିଥିବା ଜଣାପଡିଛି ।