ରାଜଧାନୀର ଅନେକ ହୋଟେଲରେ କମିଶନରେଟ ପୋଲିସର ଚଢାଉ | News Room Odisha

ରାଜଧାନୀର ଅନେକ ହୋଟେଲରେ କମିଶନରେଟ ପୋଲିସର ଚଢାଉ

ଭୁବନେଶ୍ୱର – ରାଜଧାନୀର ଅନେକ ହୋଟେଲରେ କମିଶନରେଟ ପୋଲିସର ଚଢାଉ। ହୋଟେଲରେ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଲାଗି କମିଶନରେଟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଣିକି ରାଜଧାନୀ ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବାକୁ କମିଶନରେଟ ପୋଲିସ ଯୋଜନା କରିଛି।

ସରାଇ ଆପ୍ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲଗୁଡ଼ିକରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଷ୍ଟେସନ, ମାଷ୍ଟର କ୍ୟାଣ୍ଟିନ, କଟକ ରୋଡ଼, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ଓ ଖାରବେଳନଗର ଅଞ୍ଚଳରେ ଥିବା ହୋଟେଲଗୁଡ଼ିକରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଆପ ଅଧୀନରେ ରେଜିଷ୍ଟର କରିନଥିବାରୁ ସେମାନଙ୍କୁ ତାଗିଦ କରାଯାଇଛି । ସେଫ ସିଟି ଡ୍ରାଇଭ ଅଧୀନରେ ସହରବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ଲାଗି କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି।