ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ମହାନ ଗାୟକ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ । ବାଣୀକଣ୍ଠଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ ପାରମ୍ପରିକ ସଙ୍ଗୀତ ସହ ଛାନ୍ଦ, ଚମ୍ପୁ, ଭଜନ ଓ ଜଣାଣ ଆଦିକୁ ନିଜ ସୁମଧୁର କଣ୍ଠରେ ନିମାଇଁ ହରିଚନ୍ଦନ କାଳଜୟୀ କରିଛନ୍ତି। ଓଡ଼ିଶାର ସଙ୍ଗୀତ କ୍ଷେତ୍ରକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।