ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଷ୍ଟେସନ ମାଷ୍ଟରଙ୍କୁ ସିବିଆଇର ସମନ | News Room Odisha

ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଷ୍ଟେସନ ମାଷ୍ଟରଙ୍କୁ ସିବିଆଇର ସମନ

ଭୁବନେଶ୍ୱର – ବାହାନଗା ବଜାର ଭୟାବହ ଟ୍ରେନ ଦୁର୍ଘଟଣାରେ ନେଇ ସିବିଆଇ ତନାଘନା ଜାରି ରହିଛି। ଏହି ମାମଲାରେ ପଚରାଉଚରା ପାଇଁ ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ କରିଥିବା ସୂଚନା ମିଳିଛି। ଭୁବନେଶ୍ବର ସିବିଆଇ ଅଫିସରେ ହାଜର ପାଇଁ ତାଙ୍କୁ ସମନ ଜାରି କରାଯାଇଛି। ଏହି ମାମଲାରେ ପୂର୍ବରୁ ତିନି ଦିନ ତଳେ ତିନି ରେଳବାଇ କର୍ମଚାରୀଙ୍କୁ ଗିରଫ କରିଥିଲା ସିବିଆଇ। ସେମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ସିବିଆଇ।