ଓଟିପି ସେୟାରିଂର ପାକ୍ ଲିଙ୍କ୍ ମାମଲା, ଗଣମାଧ୍ୟମରେ ମୁହଁ ଖୋଲିଲା ଅଭିଯୁକ୍ତ ଅଭିଜିତ ଜାମ୍ବୁରେ | News Room Odisha

ଓଟିପି ସେୟାରିଂର ପାକ୍ ଲିଙ୍କ୍ ମାମଲା, ଗଣମାଧ୍ୟମରେ ମୁହଁ ଖୋଲିଲା ଅଭିଯୁକ୍ତ ଅଭିଜିତ ଜାମ୍ବୁରେ

ଭୁବନେଶ୍ୱର – ବହୁଚର୍ଚ୍ଚିତ ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲାରେ ଅଭିଯୁକ୍ତ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେ ଗଣମାଧ୍ୟମରେ ମୁହଁ ଖୋଲିଛି । ନିଜକୁ ନିର୍ଦ୍ଦୋଷ ବୋଲି କହିଛି ଜାମ୍ବୁରେ । ତାହାର ଅଜାଣତରେ ସିମ୍ ବ୍ୟବହାର ହୋଇଥିବା ଅଭିଜିତ୍ କହିଛି। ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କାକୁ ଅନେକ ଥର ଟଙ୍କା ଦେଇଥିବା ସ୍ବୀକାର କରିଛି ଜାମ୍ବୁରେ। ତେବେ ଆଇଏସଆଇ କିମ୍ବା ପାକିସ୍ତାନ ସେନାର ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ ସହ ଲିଙ୍କ୍ ସଂପର୍କରେ ସେ କିଛି କହିନି। ସେମାନଙ୍କ ପ୍ରରୋଚନାରେ ପଡ଼ି କେତେ ଟଙ୍କା, କେତେ ଥର ଦେଇଛି ସେ ବାବଦରେ ମଧ୍ୟ ମୁହଁ ଖୋଲିନି।

ଏଣେ ସତ ଖୋଜିବାକୁ ଆଜି ଜାମ୍ବୁରେକୁ ଜେରା କରିବାକୁ ଭୁବନେଶ୍ବରରେ ପହଞ୍ଚିଛି ଏନଆଇଏର ଏକ ଟିମ୍।

ରିମାଣ୍ଡର ତୃତୀୟ ଦିନରେ ଅଭିଜିତକୁ ମିଳିତ ଜେରା କରୁଛନ୍ତି ଏସଟିଏଫ୍, ଏଟିଏସ ଓ ଆଇବି। ଅଭିଜିତ ସ୍ଲିପର ସେଲ୍ ଭଳି କାମ କରୁଥିଲା ବୋଲି ଅଭିଯୋଗ ହୋଇଛି । ଟେରର ଫଣ୍ଡିଂ ନେଇ ମଧ୍ୟ ସତ ସନ୍ଧାନରେ ଲାଗିଛି ତଦନ୍ତକାରୀ ଟିମ୍ ।