୫-ଟି ସଚିବଙ୍କ ଭିଡିଓ କଲ୍, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ମାତ୍ର ଦୁଇ ମିନିଟରେ ଲୋକଙ୍କ ଦାବି ପୂରଣ | News Room Odisha

୫-ଟି ସଚିବଙ୍କ ଭିଡିଓ କଲ୍, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ମାତ୍ର ଦୁଇ ମିନିଟରେ ଲୋକଙ୍କ ଦାବି ପୂରଣ

ଅନୁଗୁଳ – ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ମାତ୍ର ଦୁଇ ମିନିଟରେ ହେଲା ଜନତାଙ୍କ ଦାବୀ ପୂରଣ । କଥାଟା ହେଉଛି ଯେ, ୫-ଟି ସଚିବ ଭି. କେ ପାଣ୍ଡିଆନ ଆଜି ଅନୁଗୁଳ ଗସ୍ତବେଳେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକେ ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଥିଲେ । ଏପରି ଦାବି ଶୁଣି ଦୁଇ ମିନିଟରେ ଦାବି ପୂରଣ ହେବ ବୋଲି କହି ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ ୫-ଟି ସଚିବ । ସବୁ କଥା ଶୁଣିବା ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ‘ଆମ ହସପିଟାଲ’ରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।