ଆଇଆଇଏମ ସମ୍ବଲପୁରର ଏମବିଏ ନବମ ବ୍ୟାଚର ଶୁଭାରମ୍ଭ | News Room Odisha

ଆଇଆଇଏମ ସମ୍ବଲପୁରର ଏମବିଏ ନବମ ବ୍ୟାଚର ଶୁଭାରମ୍ଭ

ସମ୍ବଲପୁର: ଆଇଆଇଏମ ସମ୍ବଲପୁରର ଏମବିଏ ପାଠ୍ୟକ୍ରମର ନବମ ବ୍ୟାଚର ଆଜି ଶୁଭାରମ୍ଭ ଏହାର ବସନ୍ତପୁର ସ୍ଥିତ ନୂତନ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ଅନୁଷ୍ଠାନରେ ସର୍ବାଧିକ ୩୨୦ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥିବା ବେଳେ ଏଥିରୁ ୬୦ ପ୍ରତିଶତ କେବଳ ଛାତ୍ରୀ ଅଛନ୍ତି।

ଆଜି ଏହାର ଶୁଭାରମ୍ଭ ଅବସରରେ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରବେଶ ଉତ୍ସବରେ ଅତିଥି ଭାବେ ବେଦାନ୍ତ ଲିମିଟେଡର ସଭାପତି ତପନ କୁମାର ଚାନ୍ଦ ଏବଂ ଡିଲଏଟ୍ ର ପାର୍ଟନର ସ୍ବାତୀ ଅଗ୍ରୱାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ସୀମିତ ସମୟ ମଧ୍ଯରେ ଏହି ଅନୁଷ୍ଠାନ ହାସଲ କରିଥିବା ଉପଲବ୍ଧି ପାଇଁ ଅତିଥିମାନେ ପ୍ରଶଂସା କରିଥିଲେ। ପ୍ରବନ୍ଧନ ବିଦ୍ୟା ଦ୍ବାରା ଦେଶକୁ ବିଶ୍ବରେ ଅଗ୍ରଣୀ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ।