କ୍ୟାବିନେଟ ବୈଠକ: 'ଆମ ଓଡ଼ିଶା, ନବୀନ ଓଡ଼ିଶା'କୁ ମୋହର | News Room Odisha

କ୍ୟାବିନେଟ ବୈଠକ: ‘ଆମ ଓଡ଼ିଶା, ନବୀନ ଓଡ଼ିଶା’କୁ ମୋହର

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ‘ଆମ ଓଡିଶା, ନବୀନ ଓଡିଶା’ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଣିକି ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ । ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡଲାଇନକୁ ମଞ୍ଜୁରୀ ମିଳିଛି । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ମାଗଣା ଜମି ଦିଆଯିବ। ବିଶ୍ୱବିଦ୍ୟାଳୟକୁ ୮.୬୩୯ ଏକର ଜମି ଯୋଗାଇ ଦିଆଯିବ।ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ ୫ ଏକର ଜମି ଯୋଗାଇ ଦିଆଯିବ।

ସେହିପରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସ୍ଥାନ ଦେବା ଦାବି ପ୍ରସ୍ତାବରେ ମଧ୍ୟ ମୋହର ମାରିଛି କ୍ୟାବିନେଟ।

ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି ।