ପୋଲସରା: ବିଷ ପିଇ ନାବାଳିକା ମୃତ, ପୋଲିସ ଜବତ କଲା ଶବ | News Room Odisha

ପୋଲସରା: ବିଷ ପିଇ ନାବାଳିକା ମୃତ, ପୋଲିସ ଜବତ କଲା ଶବ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଚଢିଆପଡା ଗାଁରେ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ। ସୋମବାର ସନ୍ଧ୍ୟାରେ ଘରେ ରଖାଯାଇଥିବା ଚାଉଳ ପୋକମରା ବିଷାକ୍ତ ଔଷଧ ଖାଇଦେଇ ଥିଲେ ଏହି ନାବାଳିକା। ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରକୁ ରାତିରେ ଆଣିଥିଲେ। ହେଲେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ପରିବାର ଲୋକ ତରବରରେ ଶବ ଆଣି ପୋଡ଼ିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ। ନାବାଳିକା ଜଣକ ପୋଲସରା କଲେଜରେ ପଢୁଥିଲେ ବୋଲି ଜଣାପଡିଛି। ଦୁଇ ଦିନ ତଳେ ସେହି ଗାଁର ଜଣେ ଯୁବକ ବେକରେ ରଶି ଲଗାଇ ଓହଳିପଡି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା