କୁଆଖାଇରେ ବୁଡିଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର | News Room Odisha

କୁଆଖାଇରେ ବୁଡିଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର – କୁଆଖାଇ ନଦୀରେ ବଡ଼ ଅଘଟଣ । ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଚାରି ଜଣ ଛାତ୍ର। କାଲି ଦୁଇ ଜଣଙ୍କର ମୃତଦେହ ମିଳିଥିଲା।

ଆଜି ସକାଳୁ ଆଉ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଅଗ୍ନିଶମ ବାହିନୀ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ୍‌ ପରେ ଧବଳହାର ନିକଟରୁ ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ବାଲେଶ୍ୱରର ରୋହିତ ପରିଡ଼ା ଓ ପ୍ରତୀକ ଧଳସାମନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ନିୟୋଜିତ ହୋଇଥିଲେ।

ଏକ ଘରୋଇ କଲେଜର ୯ ଜଣ ଛାତ୍ର ଗତକାଲି ଭୋଜି ସାରି ନଦୀକୁ ଗାଧୋଇବାକୁ ଆସିଥିଲେ। ଧବଳହାର ନିକଟରେ ୪ ଜଣ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ଖୋଜାଖୋଜି କରିଥିଲା। କାଲି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।