ଅନପେକ୍ଷଃ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ ।
ସର୍ବାରମ୍ଭପରିତ୍ୟାଗୀ ଯୋ ମଦ୍ଭକ୍ତଃ ସ ମେ ପ୍ରିୟଃ ।।୧୬।।
ଅର୍ଥାତ୍:-ଭକ୍ତମାନଙ୍କର ମନ ସର୍ବଦା ପୂର୍ଣ୍ଣଶୁଦ୍ଧ ଭଗବାନଙ୍କଠାରେ ଯୁକ୍ତ ରହିଥିବା ଯୋଗୁଁ, ଭକ୍ତମାନେ ଲୋଭ, କ୍ରୋଧ, ଆସକ୍ତି, ଈର୍ଷା, ଅହଂକାର ଇତ୍ୟାଦି ଦୋଷରୁ ମୁକ୍ତ ରହି ଆଭ୍ୟନ୍ତରୀଣ ପବିତ୍ରତାକୁ ପ୍ରାପ୍ତ ହୋଇଥାନ୍ତି । ଏହିପରି ମାନସିକ ସ୍ଥିତିରେ ସେମାନେ ନିଜର ବାହ୍ୟ ଶରୀର ଓ ପରିବେଶକୁ ମଧ୍ୟ ପବିତ୍ର ରଖିବାକୁ ଇଚ୍ଛା କରିବା ସ୍ୱାଭାବିକ । ସେମାନେ ଭଲ ଓ ମନ୍ଦ ଉଭୟକୁ ପରିତ୍ୟାଗ କରୁଥିବାରୁ ଭଗବାନ ଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି।