ଆଜି ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ ଯାଏଁ ଶ୍ରୀଜୀଉମାନଙ୍କ ଦର୍ଶନ ବନ୍ଦ | News Room Odisha

ଆଜି ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ ଯାଏଁ ଶ୍ରୀଜୀଉମାନଙ୍କ ଦର୍ଶନ ବନ୍ଦ

ପୁରୀ – ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ବନକଲାଗି ନୀତି ପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଅନ୍ୟ ସମସ୍ତ ରୀତିନୀତି ଓ ଦ୍ୱିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଆରମ୍ଭ ହେବ । ବନକଲାଗି ନୀତି ଶ୍ରୀମୁଖ ଶୃଙ୍ଗାର ଭାବେ ବି ପରିଚିତ । କେବଳ ଦତ୍ତ ମହାପାତ୍ର ସେବକମାନେ ହିଁ ଏହି ନୀତିରେ ସାମିଲ ହୁଅନ୍ତି।