ନବକିଶୋର ଦାସ ହତ୍ୟା ମାମଲା : ଝାରସୁଗୁଡ଼ା କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ | News Room Odisha

ନବକିଶୋର ଦାସ ହତ୍ୟା ମାମଲା : ଝାରସୁଗୁଡ଼ା କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା – ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଶୁଣାଣି ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ଟିମ୍। ନିଲମ୍ବିତ ଏଏସ ଆଇ ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ କୋର୍ଟକୁ ଅଣାଯାଇଥିଲା। ଜେଏମଏଫସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି। ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ମାତ୍ର ୧୦ ଏହି ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଏ ବର୍ଷ ଜାନୁଆରି ୩୦ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଉପରକୁ ଗୁଳି ମାଡ଼ କରିଥିଲା । ସେହି ଦିନ ହିଁ ନବକିଶୋର ଦାସ ହସପିଟାଲରେ ପ୍ରାଣ ହରାଇଥିଲେ ।