ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ | News Room Odisha

ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ବରଗଡ଼: ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ କାର୍ଯ୍ୟାଳୟରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବିଷୟରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ , ସିଡିପିଓ ମିନାକ୍ଷୀ ରାଜ,ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଇଥିଲେ ।

ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଓଡ଼ିଶାରେ ପ୍ରଥମେ ୨୦ ଫେବୃଆରୀ ୨୦୨୧ ମସିହା ରେ ଏହାକୁ ପୂର୍ଣ୍ଣାଙ୍ଗ ରୂପରେ ଘୋଷଣା କରିଥିଲା। ୧୭ ନଭେମ୍ବର ୨୦୨୨ ମସିହା ରେ ଏହାର ପୂର୍ଣ୍ଣାଙ୍ଗ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଥିବା ଏହି ଯୋଜନାକୁ କିଭଳି ସଫଳ ରୂପାୟନ କରିବା ଏବଂ ଏହାର ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର , ମିଶନ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀ ମାନଙ୍କୁ ତାଲିମ ଦେବା ତଥା ଦକ୍ଷତା ବିକାଶ କରାଇବା ନିମନ୍ତେ କୋଡ଼ିନେଟର ଆସି ତାଲିମ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଏମ୍.ଇ ଗୋପାଳ ଚନ୍ଦ୍ର ଲେଙ୍କା ପରିଚାଳନା କରି ଥିବା ବେଳେ ବହୁ ସଂଖ୍ୟାରେ ମିଶନ ଶକ୍ତି ଗୋଷ୍ଠୀର ମହିଳା ମାନେ ଯୋଗ ଦାନ କରିଥିଲେ।