ନିଯୁକ୍ତି ପର୍ବ : ତିନି ବିଭାଗରେ ୧୮୧ ଜଣଙ୍କୁ ମିଳିଲା ନିଯୁକ୍ତି | News Room Odisha

ନିଯୁକ୍ତି ପର୍ବ : ତିନି ବିଭାଗରେ ୧୮୧ ଜଣଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର -ଆଜି ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି । ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ନବନିଯୁକ୍ତଙ୍କୁ ସ୍ବାଗତ କରିଥିଲେ।
ଆଜିର ଏହି ନିଯୁକ୍ତି ପର୍ବରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସରକାରୀ ନିର୍ଦ୍ଦେଶକ ( ବିଧି )ଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ୧୫ ସହକାରୀ ପରିସଂଖ୍ୟନ ନିର୍ଦ୍ଦେଶକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ।