ବାଣୀବିହାର ଷ୍ଟେସନରେ ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ | News Room Odisha

ବାଣୀବିହାର ଷ୍ଟେସନରେ ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ

ଭୁବନେଶ୍ୱର – ପୁଣି ଥରେ ଓଡିଶାରେ ଟ୍ରେନ ଅବ୍ୟବସ୍ଥା । ଭୁବନେଶ୍ବର ବାଣୀବିହାର ରେଳ ଷ୍ଟେସନରେ ମଝିରୁ ଛିଣ୍ଡି ଅଲଗା ହୋଇଗଲା ମାଲବାହୀ ଟ୍ରେନ ।

ଷ୍ଟେସନରେ ମାଲବାହି ବଗି ରହିଥିବା ବେଳେ କିଛି ବଗି ସହ ଇଞ୍ଜିନ ଆଗକୁ ପଳାଇଥିଲା । ମାଲବାହୀ ଟ୍ରେନଟି ମେରାମୁଣ୍ଡଳି ଯାଉଥିବା ବେଳେ ଏଭଳି ଘଟିଥିବା ସୂଚନା ମିଳିଛି। ବାହାନଗା ବଜାର ଷ୍ଟେସନ ଦୁର୍ଘଟଣା ପରେ ଓଡ଼ିଶାରେ ବାରମ୍ବାର ଏଭଳି ଛୋଟମୋଟ ଅଘଟଣ ଆତଙ୍କ ସୃଷ୍ଟି କରୁଛି ।