ଗଞ୍ଜାମ ଜିଲ୍ଲା ବିଜେଡି ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ | News Room Odisha

ଗଞ୍ଜାମ ଜିଲ୍ଲା ବିଜେଡି ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ

ବ୍ରହ୍ମପୁର: ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଞ୍ଜାମ ଜିଲ୍ଲା ବିଜେଡି ସଙ୍ଗଠନର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ଜିଲ୍ଲା ବିଜେଡି ସଙ୍ଗଠନକୁ ଅଧିକ ମଜବୁତ୍‌ କରିବା ପାଇଁ ୨୮ ଜଣ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୧୨ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ସମ୍ପାଦକ। ସେହିପରି ହିଞ୍ଜିଳିକାଟୁ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶିବରାମ ଗୌଡ଼ଙ୍କୁ ମିଳିଛି ରାଜ୍ୟ ସମ୍ପାଦକ ଦାୟିତ୍ବ। କର୍ମକର୍ତ୍ତାଙ୍କ ନିଯୁକ୍ତି ନେଇ ଭୁବନେଶ୍ଵରସ୍ଥିତ ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନରୁ ଏକ ପ୍ରେସ୍‌ ବିବୃତ୍ତି ଜାରି ହୋଇଛି।

ହୃଦାନନ୍ଦ ମହାପାତ୍ର, ବିଶ୍ଵନାଥ ମହାରଣା, ମନୋଜ ପୋଲାଇ, ଅଖିଳ ସାବତ, ଅଜିତ କୁମାର ପାତ୍ର, ହରିହର ଦଳାଇ, ମହାଦେବ ପଣ୍ଡା, ହୃଷୀକେଶ ପାଢ଼ି ଜିଲ୍ଲା ଉପସଭାପତି ହୋଇଛନ୍ତି। ସିମାଞ୍ଚଳ ଚୌଧୁରୀ ଓ ଅନିଲ କୁମାର ମହାପାତ୍ର ସାଧାରଣ ସମ୍ପାଦକ ହୋଇଥିବା ବେଳେ ତରୁଣ କୁମାର ପଣ୍ଡାଙ୍କୁ ସମ୍ପାଦକ ଦାୟିତ୍ବ ମିଳିଛି। ଜିଲ୍ଲା ବିଜୁ ମହିଳା ଜନତା ଦଳ ଉପସଭାତେତ୍ରୀ ରୂପେ ପ୍ରମିଳା ବିଷୋୟୀ ଓ ରଶ୍ମିତା ବେହେରାଙ୍କୁ ଦାୟିତ୍ବ ମିଳିଥିବା ବେଳେ ଜିଆ ମହାରଣା ସାଧାରଣ ସମ୍ପାଦିକା ଓ ମନସୁରୀ ସ୍ବାଇଁ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି। ଜିଲ୍ଲା ବିଜୁ ଯୁବ ଜନତା ଦଳ ପାଇଁ ବି.ରବିନ୍ଦ୍ର ଉପସଭାପତି ଏବଂ ପ୍ରଭାତ ମହାରଣା ସାଧାରଣ ସମ୍ପାଦକ, ରାମହରି ଶର୍ମା, ଜି.ବାସୁଦେବ, ବାପୁନି ସେଠୀ, ଶିବାନି ପାତ୍ର, ସୁଧାଂଶୁ ସାହୁ, ଦୀପକ ଗୌଡ଼, ଗୁଞ୍ଜରଲାଲ୍‌ ପୃଷ୍ଟି, ଶଙ୍କର ପଟ୍ଟନାୟକଙ୍କୁ ସମ୍ପାଦକ ଦାୟିତ୍ଵ ଦିଆଯାଇଛି। ଜିଲ୍ଲା ଛାତ୍ର ଜନତା ଦଳ ସମ୍ପାଦକ ହୋଇଛନ୍ତି ବାଳକୃଷ୍ଣ ସାହୁ ଓ ଚିତ୍ରସେନ ଭୂୟାଁ।