୨ୟ ଦିନରେ ୫-ଟି ସଚିବଙ୍କ ଗସ୍ତ: ସମଲେଶ୍ବରୀଙ୍କ ଦର୍ଶନ ସହ ସମଲେଇ ପ୍ରକଳ୍ପର ସମୀକ୍ଷା | News Room Odisha

୨ୟ ଦିନରେ ୫-ଟି ସଚିବଙ୍କ ଗସ୍ତ: ସମଲେଶ୍ବରୀଙ୍କ ଦର୍ଶନ ସହ ସମଲେଇ ପ୍ରକଳ୍ପର ସମୀକ୍ଷା

ସମ୍ବଲପୁର – ବର୍ଷା ସତ୍ତ୍ୱେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ଜାରି ରହିଛି। ସକାଳୁ ସକାଳୁ ବର୍ଷାରେ ବି ଚାଲିଛି ବିକାଶ ସମୀକ୍ଷା। ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଆଜି ମା’ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ। ପ୍ରବଳ ବର୍ଷାରେ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଅଭିଯୋଗପତ୍ର ଗ୍ରହଣ କରିଛନ୍ତି ୫-ଟି ସଚିବ। ଏହାସହ ସେ ସମଲେଇ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ। ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ କ୍ରୀଷ୍ଣା, ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ମୁଖ୍ଯ ପୂଜକ ଅମ୍ବିକା ପ୍ରସାଦ ରାୟ ଏବଂ ସମସ୍ତ ପୂଜକ ଉପସ୍ଥିତ ଥିଲେ।