ଗତ ୨୪ ଘଣ୍ଟାରେ ଝାରସୁଗୁଡାର କିର୍ମିରାରେ ସର୍ବାଧିକ ୨୧୫ ମିମି ବର୍ଷା , ୧୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା | News Room Odisha

ଗତ ୨୪ ଘଣ୍ଟାରେ ଝାରସୁଗୁଡାର କିର୍ମିରାରେ ସର୍ବାଧିକ ୨୧୫ ମିମି ବର୍ଷା , ୧୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର – ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାର କିର୍ମରାରେ ଭୀଷଣ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨୧୫ ମିମି ବର୍ଷା ହୋଇଛି। ଝାରସୁଗୁଡା ଜିଲ୍ଲାର ଲଇକେରାରେ ୧୮୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭଦ୍ରକରେ ୧୬୬ ଓ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୧୬୦ ମିମି ବର୍ଷା ହୋଇଛି। ଭଦ୍ରକ ଜିଲ୍ଲା ଧାମନଗରରେ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା, ୧୧ଟି ସ୍ଥାନରେ ଅତି ପ୍ରବଳ ଓ ୧୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।