ଓଟିପି ସେୟାରିଂ ମାମଲା : ଅଭିଯୁକ୍ତ ପଠାଣି ସାମନ୍ତକୁ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସଟିଏଫ | News Room Odisha

ଓଟିପି ସେୟାରିଂ ମାମଲା : ଅଭିଯୁକ୍ତ ପଠାଣି ସାମନ୍ତକୁ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସଟିଏଫ

ଭୁବନେଶ୍ବର – ବହୁଚର୍ଚ୍ଚିତ ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କାକୁ ପଶ୍ଚିମବଙ୍ଗ ଏସଟିଏଫ ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ। ଗୁଡୁ ମୁସଲିମ ଲିଙ୍କରେ ପଠାଣି ସାମନ୍ତକୁ ଅଧିକ ପଚରାଉଚରା ହୋଇପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗର ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି। ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁ ଏନଆଇଏ ଜେରା କରିବ ବୋଲି ଜଣାଯାଇଛି। ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ମୁହାଁମୁହିଁ ଜେରା କରାଯାଇପାରେ । ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ଅଧିକ ପଚରାଉଚରା ହୋଇପାରେ। ପୂର୍ବରୁ ଏ ନେଇ ଏସଟିଏଫ୍ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି। ଅଭିଯୁକ୍ତଙ୍କୁ ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ଜେରା କରିସାରିଛି। ଅଭିଯୁକ୍ତମାନେ ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟ ସିମ ଜରିଆରେ କାରବାର ଚଳାଇଥିଲେ। ଓଡ଼ିଶା ଏସଟିଏଫ୍ ଅଭିଯୁକ୍ତଙ୍କୁ ଧରିବା ପରେ ପୁରା ଘଟଣାରୁ ଗୁମର ଖୋଲୁଛି।