କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜିବ ବିଶ୍ୱାଳ | News Room Odisha

କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜିବ ବିଶ୍ୱାଳ

ଭୁବନେଶ୍ୱର – ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବନ ହେବା ପରେ ଆଜି ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ। ସେ କହିଛନ୍ତି ଯେ, ନିଲମ୍ବନ ସମୟରେ ସେ ଓଡ଼ିଶାରେ ନଥିଲେ । ଦୁଇଦିନ ତଳେ ଏଆଇସିସିର ସସପେଣ୍ଡ୍ ନୋଟିସ୍ ପାଇଥିଲେ ବୋଲି ଚିରଞ୍ଜିବ କହିଛନ୍ତି। ସେ ଜଣେ କଂଗ୍ରେସ ପରିବାରର ସଦସ୍ୟ । ତାଙ୍କ ଜେଜେବାପା, ବାପା, ଭାଇ ସମସ୍ତେ କଂଗ୍ରେସ ଲୋକ । ସେ କଂଗ୍ରେସର ତୃତୀୟ ପିଢିର ସଦସ୍ଯ ବୋଲି ଚିରଞ୍ଜିବ କହିଛନ୍ତି।ସେ କଂଗ୍ରେସକୁ କେବେ ଦୁର୍ବଳ କରିବାକୁ ଉଦ୍ୟମ କରିନାହାନ୍ତି। ସେମିନାରରେ କଂଗ୍ରେସକୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ହେଲେ ତାକୁ ଅଲଗା ଅର୍ଥରେ ନେଇ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ଚିରଞ୍ଜିବ କହିଛନ୍ତି। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି । ଏହାର ଜବାବ କଂଗ୍ରେସ କର୍ମୀ ଦେବେ । କୁଚକ୍ରୀ ଗୋଷ୍ଠୀ ତାଙ୍କୁ ଦଳରୁ ଦୂରେଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଛି । ଯଦି ସତ କହିବା ପାପ ତେବେ ସେ ପାପ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚିରଞ୍ଜିବ ବିଶ୍ୱାଳ।

ଦୁଇ ଦିନ ତଳେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ବାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଶୃଙ୍ଖଳା କମିଟି ଦଳରୁ ସସପେଣ୍ଡ୍ କରିଥିଲା ।