ବୁଡାମାଳ ପେକ୍ସ ଉଦଘାଟନ କଲେ ବିଧାୟିକା | News Room Odisha

ବୁଡାମାଳ ପେକ୍ସ ଉଦଘାଟନ କଲେ ବିଧାୟିକା

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଚାଷୀ ଭାଇ ମାନଙ୍କର ସୁବିଧା ପାଇଁ ଆଜି ଆଜି ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବୁଡ଼ାମାଳ ଠାରେ ଏକ ନୂତନ କୃଷି ସମବାୟ ସମିତିର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଏଣିକି ଏହି ଅଂଚଳର ଚାଷୀ ଭାଇ ମାନଙ୍କୁ ଆଉ ଦହିଗାଁ ସମବାୟ ସମିତିକୁ ଯିବାକୁ ପଡ଼ିବ ନାହିଁ । ସେମାନେ ନିଜ ଘର ପାଖରେ କୃଷି ସମବାୟ ସମିତି ର ସମସ୍ତ କାର୍ଯ୍ୟ ସମ୍ପାଦନ କରି ପାରିବେ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦହିଗାଁ ପେକ୍ସ୍ ସଭାପତି ମହେଶ୍ବର ପୁରୀ, ସମ୍ପାଦକ ଠାକୁର ପାଣ୍ଡେ, ଜିଲା ପରିଷଦ ସଭ୍ୟ ସାବିତ୍ରୀ ଚାନ୍ଦ, ସରପଞ୍ଚ ନିରୁପମା ସେଠ, ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ଓ ଶତାଧିକ ଚାଷୀ ଭାଇ ଉପସ୍ଥିତ ଥିଲେ l