ଏସବିଆଇ ସେକ୍ରେଟାରିଏଟ୍ ଶାଖା ନବୀକୃତ ବ୍ୟାଙ୍କ ଉଦଘାଟିତ | News Room Odisha

ଏସବିଆଇ ସେକ୍ରେଟାରିଏଟ୍ ଶାଖା ନବୀକୃତ ବ୍ୟାଙ୍କ ଉଦଘାଟିତ

ଭୁବନେଶ୍ବର -ଲୋକସେବା ଭବନ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେକ୍ରେଟାରିଏଟ୍ ଶାଖାର ନବୀକୃତ ବ୍ୟାଙ୍କ ପରିସରର ଉଦଘାଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି । ଏସବିଆଇ ଚେୟାରମ୍ୟାନ ଦୀନେଶ କୁମାର ଖାରାଙ୍କ ଆଭାସୀ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଫଳକ ଉନ୍ମୋଚନ ପୂର୍ବକ ଏହି ନବୀକୃତ ବ୍ୟାଙ୍କ ପରିସରର ଶୁଭ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ , ଭୁବନେଶ୍ବର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ( ସିଜେଏମ୍ ) ଚନ୍ଦର ଶେଖର ଶର୍ମା , ଡେପୁଟୀ ଜେନେରାଲ ମ୍ୟାନେଜର ପ୍ରସାଦ ଗଜାନନ ଦେଓଧର , ଆଞ୍ଚଳିକ ମ୍ୟାନେଜର ରାଜେନ୍ଦ୍ର ନାରାୟଣ ସାହୁ , ଏସବିଆଇ ସେକ୍ରେଟାରିଏଟ୍ ବ୍ରାଞ୍ଚ ମୁଖ୍ୟ ପରିଚାଳକ ସନ୍ଦିପ ପୃଷ୍ଟିଙ୍କ ସମେତ ଶାଖାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୭ ମସିହା ଡିସେମ୍ବର ୭ ତାରିଖରେ ଏସବିଆଇ ସେକ୍ରେଟାରିଏଟ୍ ଶାଖା ଉଦଘାଟନ କରିଥିଲେ ।

ପ୍ରକାଶ ଥାଉକି , ଆଜି ଦିନରେ ଭାରତରେ ଥିବା ଏସବିଆଇର ୩୩ ଟି ନବୀକୃତ ବ୍ରାଞ୍ଚର ଶୁଭ ଉଦଘାଟନ କରାଯାଇଛି ।