ଆଜି ବିଜେଡି ସଂସଦୀୟ ଦଳ ବୈଠକ | News Room Odisha

ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର – ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନରେ ଦଳୀୟ ରଣନୀତି ସ୍ଥିର ପାଇଁ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ । ଆଜି ସନ୍ଧ୍ୟା ୭ଟାରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।
ସଂସଦର ମୌସୁମୀ ଅଧିବେଶନ କାଳରେ ଉଭୟ ଗୃହରେ ଦଳ କେଉଁ କେଉଁ ପ୍ରସଙ୍ଗ ସବୁ ଉଠାଇବ , ସେ ନେଇ ବୈଠକରେ ଆଲୋଚନା ହେବ । ବିଶେଷକରି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ବିଜେଡିର ଫୋକସ ରହିବ । ସଂସଦୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ।