ଆଜିଠୁ ୨୨ ଯାଏଁ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା | News Room Odisha

ଆଜିଠୁ ୨୨ ଯାଏଁ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର – ଆଜିଠୁ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ଗତକାଲି ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଥିଲା । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀଙ୍କୁ ଇଣ୍ଟିମେସନ୍ ଲେଟର ଯାଇଛି । ବାଣିଜ୍ୟରେ ୩ ହଜାର ୧୮୨, ବିଜ୍ଞାନରେ ୧୬ ହଜାର ୯୨୭ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ନାମଲେଖା ପରେ ବଳକା ସିଟ୍ ପାଇଁ ହେବ ସ୍ପଟ୍ ସିଲେକସନ । ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ୨୯ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ପଟ୍ ନାମଲେଖା । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୩ ହଜାର ୭୬୯ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।