ଯୁବକଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଜାରି | News Room Odisha

ଯୁବକଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଜାରି

ବରଗଡ଼: ବରଗଡ଼ ୱାର୍ଡ ନମ୍ବର ୧ ମାଲପଡ଼ା କେଶବ ନଗର ସ୍ଥିତ ଏକ ପରିତ୍ୟକ୍ତ ଘର ସମ୍ମୁଖରେ ଆଜି ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ୱାର୍ଡ ନମ୍ବର ୧ର୍ ଭୂମିସୁତା ପ୍ରଧାନଙ୍କ ପୁଅ ରାଜେଶ ପ୍ରଧାନ ଓରଫ ରାଜୁ (୧୯)। ଏକ ଧାରୁଆ ଅସ୍ତ୍ରରେ ମୃତକଙ୍କ ଗଳା କଟାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟାକାଣ୍ଡ ଭିଆଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଘଟଣା ସ୍ଥଳରେ ଏକ ମାରଣାସ୍ତ୍ର ସହିତ ଏକ ମୋବାଇଲ ଜବତ କରିଛି ପୋଲିସ । ବରଗଡ଼ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ଯୋଗୁଁ ଏଭଳି ଅପରାଧିକ ମାମଲା ବଢ଼ିବାରେ ଲାଗିଥିଲା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।