ଭୁଲିରେ ବି ପର୍ସରେ ରଖନ୍ତୁ ନାହିଁ ଏହି ଜିନିଷ, ଅନ୍ୟଥା କାଙ୍ଗାଳ ନିଶ୍ଚିତ | News Room Odisha

ଭୁଲିରେ ବି ପର୍ସରେ ରଖନ୍ତୁ ନାହିଁ ଏହି ଜିନିଷ, ଅନ୍ୟଥା କାଙ୍ଗାଳ ନିଶ୍ଚିତ

ସମସ୍ତେ ଚାହାଁନ୍ତି ଯେ, ପର୍ସରେ ସର୍ବଦା ଟଙ୍କା ଭରି ରହିଥାଉ। ଯାହା ଦ୍ବାରା ସହଜରେ ଆରାମଦାୟକ ଜିନିଷ କିଣି ପାରିବା। କିନ୍ତୁ ବେଳେବେଳେ ଏମିତି ହୁଏ, ବହୁତ କଠିନ ପରିଶ୍ରମ ପରେ ସତ୍ତ୍ବେ ଅର୍ଥର ଅଭାବ ଦେଖାଦିଏ। ତେବେ ଜାଣିଶୁଣି କିମ୍ବା ଅଜାଣତରେ ଆପଣ କିଛି ଭୁଲ୍ ଏହାର କାରଣ ହୋଇପାରେ। ଅନେକ ଥର ଆମେ ଏପରି ଜିନିଷକୁ ଆମ ପର୍ସରେ ରଖୁ, ଯାହାର ଆବଶ୍ୟକ ନଥାଏ ଏବଂ ଉଚିତ୍ ମଧ୍ୟ ନୁହେଁ। ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଏପରି କିଛି ଜିନଷ ରହିଛି ଯାହା ପର୍ସରେ ବିଲକୁଲ୍ ରହିବା ଉଚିତ୍ ନୁହେଁ।

ଦେବୀ-ଦେବତାଙ୍କର ଚିତ୍ର?..

ପ୍ରାୟତଃ ଲୋକମାନେ ପର୍ସରେ ଦେବତା ଏବଂ ଦେବୀଙ୍କ ଚିତ୍ର ରଖନ୍ତି। ଏହାକୁ ରଖିବାରେ କିଛି ଭୁଲ୍ ନାହିଁ । କିନ୍ତୁ ଧ୍ୟାନ ରଖିବା ଉଚିତ ଯେ, ଫଟୋଟି ଯେପରି କୌଣସି ସ୍ଥାନରେ ଛିଣ୍ଡା କିମ୍ବା ଫଟା ହୋଇନଥିବ । ଏହା ବ୍ୟତୀତ ପୁରୁଣା ଫଟୋ ରଖିବା ମଧ୍ୟ ଅନୁଚିତ୍ ।

ସ୍ବର୍ଗୀୟ ପିତୃପୁରୁଷଙ୍କ ଫଟୋ?…

ପ୍ରାୟତଃ ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ବର୍ଗୀୟ ପିତୃପୁରୁଷଙ୍କ ଫଟୋଚିତ୍ର ନିଜ ପର୍ସରେ ରଖନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ହିସାବରେ, ତାହା କରିବା ଅଶୁଭ ବୋଲି ଧରାଯାଏ। ଏହା କାର୍ଯ୍ୟରେ ବାଧା ଏବଂ ବିଫଳତାକୁ ଟାଣି ଆଣେ ବୋଲି କୁହାଯାଏ।

ନୋଟ୍ ଏବଂ ମୁଦ୍ରା ଏକାଠି ରଖିବା?..

ସାଧାରଣତଃ ଲୋକମାନେ ପର୍ସରେ ନୋଟ୍ ଏବଂ ମୁଦ୍ରା ଏକାଠି ରଖନ୍ତି । କିନ୍ତୁ ଏହା ଦ୍ବାରା ଅର୍ଥ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ପରିସ୍ଥିତିରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ନୋଟ୍ ଏବଂ ମୁଦ୍ରାକୁ ପର୍ସର ଅଲଗା ଅଲଗା ପକେଟରେ ରଖନ୍ତୁ। ଏଥିସହ ଧ୍ୟାନ ଦିଅନ୍ତୁ ଯେ ପର୍ସରେ ପଡ଼ିଥିବା ଏହି ମୁଦ୍ରାଗୁଡ଼ିକ ଯେପରି ଶବ୍ଦ ନ କରେ, ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପାରେ।

ଅନାବଶ୍ୟକ କାଗଜ?..

କଦାପି ଅଦରକାରୀ ଏବଂ ଅନାବଶ୍ୟକ କାଗଜପତ୍ର ପର୍ସରେ ରଖନ୍ତୁ ନାହିଁ। ଏହା ପର୍ସରେ ନକାରାତ୍ମକତା ଉର୍ଜା ସୃଷ୍ଟି କରେ। ଏଥିସହ ହାତକୁ ଟଙ୍କା ଆସିବା ପରିବର୍ତ୍ତେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।