ବ୍ରହ୍ମପୁର: ୧୫୯ ଜଣ ପାଇଲେ ସରକାରୀ ଆବାସ | News Room Odisha

ବ୍ରହ୍ମପୁର: ୧୫୯ ଜଣ ପାଇଲେ ସରକାରୀ ଆବାସ

ବ୍ରହ୍ମପୁର: ମହାନଗରର ଆଉ ୧୫୯ ଜଣ ହିତାଧିକାରୀଙ୍କୁ ମିଳିଛି ସରକାରୀ ଆବାସ। ୫ଟି ପର୍ଯ୍ୟାୟରେ ବ୍ରହ୍ମପୁର ମହାନଗରର ୧୧୬୬ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥରୁ ୧୦୮୦ ହିତାଧିକାରୀ ଘର ନିର୍ମାଣ ସାରି ପ୍ରୋତ୍ସାହନ ରାଶି ମଧ୍ୟ ଗ୍ରହଣ କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଷଷ୍ଠ ପର୍ଯ୍ୟାୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଥିଲା।

ବିଏମ୍‌ସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଥିଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର୍‌ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଭୀ, କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର ସମ୍ବିତ ରାଉତ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ (ଆବାସ) ନାଗେଶ୍ଵର ରାଓ ସୁବୁଦ୍ଧି। ପୂର୍ବ ସମସ୍ତ ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟରେ ମଧ୍ଯ ହିତାଧିକାରୀମାନେ ଘର ନିର୍ମାଣ ନିର୍ଦ୍ଧାରିତ ସମୟରେ ସାରିବାକୁ ଓ ପ୍ରୋତ୍ସାହନ ରାଶିର ଲାଭ ଉଠାଇବାକୁ ପରମର୍ଶ ଦିଆଯାଇ ଥିଲା। ହିତାଧିକାରୀଙ୍କୁ ୪ଟି ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଚାରି ମାସ ଭିତରେ ଘର ନିର୍ମାଣ ସାରିଲେ ଅତିରିକ୍ତ ୨୦ ପ୍ରତିଶତ ବୋନସ୍ ଆକାରରେ ମିଳିବ।