ରାଜସ୍ଥାନ ଓ ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ | News Room Odisha

ରାଜସ୍ଥାନ ଓ ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ – ଆଜି ଭୋରରେ ରାଜସ୍ଥାନ ଓ ମଣିପୁରର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନ ରାଜଧାନୀ ଜୟପୁରରେ ଅଧଘଣ୍ଟା ମଧ୍ୟରେ ୩ ଥର କମ୍ପନ ଅନୁଭୂତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଜୟପୁରରେ ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୪ । କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ମଣିପୁରର ଉଖରୁଲରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ୩.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡିଛି।