ସଂଧ୍ୟା ୫ଟାରେ ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ | News Room Odisha

ସଂଧ୍ୟା ୫ଟାରେ ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ଫଳ । ଆଜି ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ରେଜଲ୍ଟ । ojee.nic.in ବା odishajee.comରେ ଉପଲବ୍ଧ ହେବ ଓଜେଇଇ ରେଜଲ୍ଟ । ସୂଚନାଯୋଗ୍ୟ ଯେ, ଜୁନ ୨୬ରୁ ୨୯ ତାରିଖ ଯାଏଁ ଦ୍ୱିତୀୟ ବା ସ୍ୱତନ୍ତ୍ର ଓଜେଇଇ ହୋଇଥିଲା। ୪୭ଟି କେନ୍ଦ୍ରରେ ସିବିଟି ମୋଡ୍ ରେ ଚାରିଟି ସିଫ୍ଟରେ ହୋଇଥିଲା ସ୍ୱତନ୍ତ୍ର ଓଜେଇଇ । ଓଡ଼ିଶାର ସରକାରୀ ଓ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବି.ଫାର୍ମା, ଏମସିଏ, ଏମ୍.ଏସସି, ଏମ.ଟେକ୍, ଏମ୍. ଫାର୍ମା ଆଦିରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ହୋଇଥିଲା।