ରାଜେଶ ପ୍ରଧାନ ହତ୍ୟାକାଣ୍ଡ: ଦୁଇ ଗିରଫ | News Room Odisha

ରାଜେଶ ପ୍ରଧାନ ହତ୍ୟାକାଣ୍ଡ: ଦୁଇ ଗିରଫ

ବରଗଡ଼: ବରଗଡ଼ ସହର କେଶବ ନଗରରେ ବୁଧବାର ରାତିରେ ଘଟିଥିବା ରାଜେଶ ପ୍ରଧାନ ଓରଫ ରାଜୁ ହତ୍ୟା ଘଟଣାରେ ଟାଉନ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ଉଭୟଙ୍କୁ ଘଟଣା ସ୍ଥଳରେ ପୋଲିସ ହତ୍ୟା କାଣ୍ଡର ସିନ କ୍ରିଏସନ କରିଥିଲେ। ଏସଂକ୍ରାନ୍ତରେ ଆଜି ବରଗଡ଼ ଅତିରିକ୍ତ ଏସପି ତପନ କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। କମେଣ୍ଟ ମରା ଓ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସେ କହିଥିଲେ। ଅଭିଯୁକ୍ତଙ୍କୁ ଠାରୁ ୪ଟି ମୋବାଇଲ ଓ ଦୁଇଟି ମାରାଣାସ୍ତ୍ର ଜବତ ହୋଇଛି ସୂଚିତ କରିଥିଲେ ।