ଶ୍ରାବଣ ମାସରେ କେଉଁସବୁ ପକ୍ଷୀ ଘରକୁ ଆସିଲେ ଶୁଭ ହୋଇଥାଏ???... | News Room Odisha

ଶ୍ରାବଣ ମାସରେ କେଉଁସବୁ ପକ୍ଷୀ ଘରକୁ ଆସିଲେ ଶୁଭ ହୋଇଥାଏ???…

ଶ୍ରାବଣ ମାସରେ ଏହିସବୁ ପକ୍ଷୀ ଘରକୁ ଆସିଲେ ବହୁତ ଶୁଭ ହୋଇଥାଏ। ଏହି ପକ୍ଷୀ ମାନେ କୌଣସି ଖାସ ବ୍ୟକ୍ତିଙ୍କ ଘରକୁ ଆସନ୍ତି। ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ସାକ୍ଷତ ଭଗବାନ ଶିବ ଘରକୁ ଆସିବା। ଏବେ ଠାରୁ ଆପଣଙ୍କର ଗରିବିର ଅନ୍ତ ହେବ। ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ଶାସ୍ତ୍ର ଅନୁସାରେ ପଶୁପକ୍ଷୀ ଆମ ବାତାବରଣକୁ ସ୍ୱଚ୍ଛ ବନେଇଥାନ୍ତି।

ଆମର ଆଖପାଖରେ ପକ୍ଷୀ ରହିବା ବହୁତ ଜରୁରୀ ଅଟେ। ଯଦି ଏହି ୫ ଟି ପକ୍ଷୀ ଆପଣଙ୍କ ଘରର ଛାତ ଉପରକୁ ଆସି ଦାନା ଖାଏ କିମ୍ବା ପାଣି ପିଏ ତେବେ ଆପଣଙ୍କ ସହିତ କିଛି ଏମିତି ହେବ ଯାହାର କଳ୍ପନା ମଧ୍ୟ ଆପଣ କେବେବି କରିନଥିବେ। ଏହି ପକ୍ଷୀ ଆପଣଙ୍କ ଜୀବନରେ ସୌଭାଗ୍ୟ ନେଇ ଆସିବେ। ଧନର ଦେବୀ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇ ଆସିବେ।

ନୀଳକଣ୍ଠ ପକ୍ଷୀ: ଶାସ୍ତ୍ର ଅନୁସାରେ ଏହି ପକ୍ଷୀ ଭଗବାନ ଶିବଙ୍କର ପ୍ରତୀକ ଅଟେ। ଏହି ପକ୍ଷୀକୁ ଦେଖିବା ମାତ୍ରେ ବ୍ୟକ୍ତିର ସବୁ କଷ୍ଟ ଦୂର ହୋଇଥାଏ। ଏହି ପକ୍ଷୀ ଘରକୁ ଆସିଲେ ଦାନା ପାଣି ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଯଦି ସେ ଦାନା ଗ୍ରହଣ କରେ ତେବେ ବୁଝି ନିଅନ୍ତୁ ଆପଣଙ୍କ ଭାଗ୍ୟ ଉଦୟ ହୋଇଗଲା। ଏହି ପକ୍ଷୀ ଯାହାଙ୍କ ଘରକୁ ଆସିଥାଏ ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି। ଏହି ପକ୍ଷୀକୁ କେବେବି ମାରିବେ ନାହିଁ।

କାଉ: କୁହାଯାଏ କାଉ ଯଦି ଘରକୁ ଆସି ଦାନା ପାଣି ଖାଇଥାଏ ତେବେ ବୁଝି ନିଅନ୍ତୁ ଆପଣଙ୍କ ସହିତ କେବେବି ଖରାପ ହେବନାହିଁ। ଘରେ କେବେବି କାହାର ଅକାଳ ମୃତ୍ୟୁ ହେବନାହିଁ। କାଉକୁ ଦାନା ପାଣି ଖୁଆଇବା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ଟଳିଯାଏ। କାଉ ଘରର ଛାତ କୁ ଆସିଲେ ତାକୁ ନିଶ୍ଚୟ ଦାନା ପାଣି ଖୁଆନ୍ତୁ। କାଉର ସେବା କରିବାର ଅର୍ଥ ସ୍ୱୟଂ ଭଗବାନ ଶନିଦେବଙ୍କ ସେବା କରିବା ସହିତ ସମାନ।

ଘର ଚଟିଆ: ଏହ ପକ୍ଷୀକୁ ସ୍ଵୟଂ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଏ। ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ସାକ୍ଷାତ ମା ଲକ୍ଷ୍ମୀ ଘରକୁ ଆସିବା ସହିତ ସମାନ ଅଟେ। ମାନାଯାଏ ଯେବେ ଏହି ପକ୍ଷୀ ଘରକୁ ଆସି ଦାନା ପାଣି ଖାଇଥାଏ ତେବେ ବୁଝିନିଅନ୍ତୁ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଛି। ଏହି ପକ୍ଷୀ ଘରେ ବସା ବାନ୍ଧିବା ବହୁତ ଶୁଭ ହୋଇଥାଏ।

ପାରା: ଏହି ପକ୍ଷୀକୁ ଶୁଭ ମାନାଯାଏ। ମାନାଯାଏ ଯେଉଁ ଘରେ ପାରା ଆସି ଦାନା ପାଣି ଖାଇଥାଏ ତ ତାଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି। ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏହି ପକ୍ଷୀ ଘରକୁ ଭଲ ଭାଗ୍ୟ ନେଇ ଆସିଥାନ୍ତି।

ପେଚା: ଯଦି ସକାଳୁ ସକାଳୁ ପେଚା ଆସି ଘରେ ବସେ ତେବେ ବୁଝିନିଅନ୍ତୁ ଯେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହା ଘରକୁ ଆସିଲେ ଘଉଡ଼ାଇବେ ନାହିଁ। ଘରକୁ ପେଚା ଆସିବା ମଙ୍ଗଳକାରୀ ହୋଇଥାଏ କାରଣ ପେଚା ମା ଲକ୍ଷ୍ମୀଙ୍କର ବାହନ ଅଟେ କିନ୍ତୁ ରାତି ସମୟରେ ପେଚା ଆସିବା ଅଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ଉପରେ କରଜର ଭାର ନେଇ ଆସିଥାଏ।