ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ  | News Room Odisha

ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ 

କଟକ – ପୁଣି ଗିରଫ ହେବ ଗ୍ୟାଙ୍ଗଷ୍ଟର ଟିଟୋ । ତାକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଟିଟୋକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେ ଜାମିନ ସର୍ତ୍ତ ଖିଲାପ କରିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ଟିଟୋ । ତେବେ ସର୍ତ୍ତ କୋହଳ କରିବାକୁ ପୁଣି କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଟିଟୋ ।

କିନ୍ତୁ କୋର୍ଟ ଏ ବାବଦରେ ରାୟ ଦେବା ପୂର୍ବରୁ ଥାନା ହାଜିରା ବନ୍ଦ କରିଦେଇଥିଲା ଟିଟୋ ।ଏ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା ।