୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର  | News Room Odisha

୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର 

ଭବନେଶ୍ୱର – ରାଜ୍ୟରେ ୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡିଶା ଷ୍ଟାଫ୍ ସିଲେକସନ କମିଶନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ । ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଓପିଏସସି ପଦକ୍ଷେପ ନେବ । ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ୨ ହଜାର ୫୦୦ ପଦବୀ ରହିଥିବାବେଳେ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୨ ହଜାର ୪୬୫ ପଦବୀ ରହିଛି । ସେହିପରି ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ୧୫୯୭ ପଦବୀ ରହିଛି । ଏସଇବିସି ପ୍ରାର୍ଥୀଙ୍କ ପାଇଁ ୭୧୪ ପଦବୀ ସଂରକ୍ଷିତ ରହିଛି ।