ଜଳେଶ୍ଵର – ବସ୍ତା ୬୦ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଶ୍ରମିକମାନଙ୍କୁ ଧରି ଯାଉଥିବା ଏକ ପିକଅପ୍ ଭ୍ୟାନ ଓଲଟି ପଡିବାରୁ ୨୦ ଜଣ ଆହତ ହୋଇଛନ୍ତି। ଟାୟାର ଫାଟିବାରୁ ପିକଅପ୍ ଓଲଟି ପଡିଥିଲା । ଦୁର୍ଘଟଣାରେ ଆହତ ଶ୍ରମିକମାନଙ୍କୁ ଜଳେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲକାମ ପାଇଁ ମୟୂରଭଞ୍ଜର ବାରମାଇଲରୁ ୪୦ ଜଣ ଶ୍ରମିକ କର୍ମଦା ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।