ଉପରମୁଣ୍ଡରେ ପ୍ରବଳ ବର୍ଷା: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା | News Room Odisha

ଉପରମୁଣ୍ଡରେ ପ୍ରବଳ ବର୍ଷା: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା

ବୁର୍ଲା – ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଆଉ ୪ଟି ଗେଟ୍ ଖୋଲାଯାଇଛି | ଗତକାଲି ୩ଟି ଗେଟ ଖୋଲାଯାଇଥିଲା ।ଏହାକୁ ମିଶାଇ ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି | ରବିବାର ଦିନ ୫ଟି ଗେଟ୍ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାରର ଅଧିକ ଗେଟ୍ ଖୋଲା ଯାଉଛି ।