ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ ଓଡ଼ିଶାର ଏକମାତ୍ର ଖେଳାଳି | News Room Odisha

ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ ଓଡ଼ିଶାର ଏକମାତ୍ର ଖେଳାଳି

ନୂଆଦିଲ୍ଲୀ – ଆସନ୍ତାମାସରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ୧୮ ଜଣିଆ ହକି ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ସହ ସ୍ଥାନ ପାଇଛନ୍ତି। ହରମନପ୍ରୀତ ସିଂହ ଦଳର ନେତୃତ୍ବ ନେବେ । ହାର୍ଦ୍ଦିକ ସିଂହଙ୍କୁ ଦଳର ଉପଅଧିନାୟକ କରାଯାଇଛି।

ଅଗଷ୍ଟ ମାସ ୩ ତାରିଖରୁ ୧୨ ତାରିଖ ଯାଏଁ ଚେନ୍ନାଇର ମେୟର ରାଧାକୃଷ୍ଣନ ଷ୍ଟାଡିୟମରେ ଏସିଆନ ଚାମ୍ପିଅନସ ଟ୍ରଫି ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଭାରତ ଦକ୍ଷିଣ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚୀନର ମୁକାବିଲା କରିବ । ଚୀନର ହାଙ୍ଗଝୁ ଏସିଆନ ଗେମ୍ସ ପୂର୍ବରୁ ଚେନ୍ନାଇ ଏସିଆନ ଚାମ୍ପିଅନସ ଟ୍ରଫି ହକି ଭାରତୀୟ ଦଳ ପାଇଁ ଏକ ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟ ହେବ ।