ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ | News Room Odisha

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର – ଭିଜିଲାନ୍ସ ଜାଲରେ ଧରାପଡିଲେ ଲାଞ୍ଚୁଆ ଯନ୍ତ୍ରୀ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡେଲାଙ୍ଗ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝି। ଅଙ୍ଗନବାଡ଼ି ଘର ନିର୍ମାଣ ଚୂଡ଼ାନ୍ତ ବିଲ୍‌ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ରଜନୀକାନ୍ତ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଚଢାଉ କରି ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌। କନିଷ୍ଠ ଯନ୍ତ୍ରୀଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରଜନୀକାନ୍ତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।